ବୁଗୁଡ଼ା : ଭୁବନେଶ୍ବରଠାରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ ଘଟଣାକୁ କେନ୍ଦ୍ର କରି ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ନିକଟ କୁବରେଶ୍ବର ମନ୍ଦିରରେ ନୟାଗଡ଼ ଜିଲ୍ଲା କଳାପଥର ନିକଟ ମାଣିକପଡ଼ା ଗ୍ରାମର ରଞ୍ଜନ ଦଳେଇଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ବୁଗୁଡ଼ା ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଅପରାହ୍ଣ ୪ଟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବୁଗୁଡ଼ା ପୁଲିସ ଗୁରୁତ୍ବର ସହ ନେଇ ତଦନ୍ତକୁ ତ୍ବରାନ୍ବିତ କରିଛି। ଆଉ ବ୍ରାଉନସୁଗାର ରାକେଟ୍ ଗଞ୍ଜାମ ଜିଲ୍ଲାକୁ ଲମ୍ବିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ ହତ୍ୟାକାରୀ ଅର୍ଜୁନ ସାହୁର ଭାଇ ନୀଳାଚଳ କରକୁ ଅଟକ ରଖିଛି। ସେହିପରି ଏଥିରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି, ଏ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।
ଭୁବନେଶ୍ବର ବ୍ରାଉନ୍ ସୁଗାର୍ ଜବତ ଲିଙ୍କ୍ରୁ ଗୁଳିକାଣ୍ଡ : ଆହତ ଯୁବକଙ୍କ ମୃତ୍ୟୁ, ହତ୍ୟାକାରୀର ଭାଇ ଅଟକ
/sambad/media/post_attachments/wp-content/uploads/2020/03/dead-indiatoday7.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)