ଜେସିବି ଧକ୍କାରେ ଯୁବକଙ୍କ ପ୍ରାଣଗଲା

ପୁରୀ : ସମୁଦ୍ରକୂଳ ଥାନା ବାଙ୍କିମୁହାଣ ବ୍ରିଜ୍‌ ନିକଟରେ ଆଜି ଜେସିବି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଚକ୍ରତୀର୍ଥ ନୂଆସାହିର ଜି. ନୀଳାଦ୍ରି (୩୫)। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ଫଳରେ ମଧ୍ୟାହ୍ନ ୨ରୁ ରାତି ୮ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଦୁର୍ଘଟଣା ଘଟାଇଥିବା ଜେସିବି ଗାଡ଼ି ଚାଳକକୁ ସମୁଦ୍ରକୂଳ ଥାନା ପୁଲିସ ଗିରଫ କରିଛି।

ଚକ୍ରତୀର୍ଥ ନୂଆସାହିର ଜି. ନୀଳାଦ୍ରି (୩୫) ଆଜି ନିଜ ସାଇକେଲରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସେଠାରୁ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ କାମ ସାରି ମଧ୍ୟାହ୍ନ ଭୋଜନ ପାଇଁ ସେ ଚକ୍ରତୀର୍ଥ ରୋଡ୍ ଦେଇ ଘରକୁ ଫେରିବା ବେଳେ ବାଙ୍କିମୁହାଣ ବ୍ରିଜ ନିକଟରେ ଏକ ନମ୍ବରବିହୀନ ଜେସିବି ଗାଡ଼ି ତାଙ୍କୁ ପଛ ପଟୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା।

ସମ୍ବନ୍ଧିତ ଖବର