ବ୍ରଜରାଜନଗର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ମିସନ୍ ଆଶ୍ରା ନିକଟରେ ବୁଧବାର ଅପରାହ୍ଣ ପ୍ରାୟ ୨ଟା ୧୫ରେ ଏକ ବୋଲେରୋ (ଓଡି- ୦୫ଏଫ -୯୦୪୫) ବାଇକ୍ (ଓଡି-୨୩ ଏ-୧୫୦୮)କୁ ଧକ୍କା ଦେବାରୁ ବନ୍ଧବାହାଲର ଅର୍ଜୁନ ସାଙ୍କ ପୁଅ ଦୀପକ ସା (୨୭)ଙ୍କ ମୃତ୍ୟୁ ଘଟିଛି। ଦୀପକ ଓ ତାଙ୍କର ଜଣେ ସଂପର୍କୀୟ ଏକାନ୍ତ ସା (୨୮) ବାଇକ୍ରେ ବନ୍ଧବାହାଲରୁ ଝାରସୁଗୁଡ଼ାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସେମାନଙ୍କୁ ଧକ୍କାଦେଇଥିଲା। ଦୁର୍ଘଟଣାରେ ଉଭୟଙ୍କ ସହିତ ବୋଲେରୋ ଚାଳକ ମଧ୍ୟ ଆତ ହୋଇଥିଲେ। ଏକାନ୍ତଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୀପକଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୀପକ ଏମସିଏଲ୍ ଲଖନପୁର କୋଇଲାକ୍ଷେତ୍ର ବିଓସିଏମ୍ କୋଇଲା ଖଣିରେ ଟେକ୍ନିକାଲ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି। ବନ୍ଧବାହାଲ କଲୋନିର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ଠିକ୍ ହୋଇଥିଲା। ୧୧ ତାରିଖରେ ନିର୍ବନ୍ଧ ହୋଇଥାନ୍ତା। ଜିନିଷପତ୍ର କିଣିବାକୁ ସେ ସାଙ୍ଗ ଏକାନ୍ତଙ୍କ ସହିତ ବାଇକ୍ରେ ଝାରସୁଗୁଡ଼ା ଯାଇଥିଲେ। ଶ୍ରୀକାନ୍ତଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ଥିବା କୁହାଯାଉଛି। ଦୀପକଙ୍କ ଅକାଳ ବିୟୋଗରେ ସଂପୃକ୍ତ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/9412810b-f073-4125-bfb3-858efd72ec60.jpg)