ନିରାକାରପୁର : କାଳୁପଡ଼ା ଘାଟ ଓ ମୁକ୍ତେଶ୍ୱର ଷ୍ଟେସନ ମଝିରେ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ସଞ୍ଜୟ କୁମାର(୧୮)ଙ୍କର ମୃତ୍ୟୁ ଘଟିଛି। ଆଜି ସଞ୍ଜୟ କୌଣସି ଏକ ଟ୍ରେନ୍ରୁ ଓହ୍ଲାଇ ଧାରଣା ପାର ହେଉଥିବା ବେଳେ ଅନ୍ୟମନସ୍କତା ହେତୁ ଅପରପାର୍ଶ୍ୱରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ସମ୍ପର୍କରେ ଜାଣିପାରିନଥିଲେ। ଟ୍ରେନ୍ ଧକ୍କାରେ ତାଙ୍କ ଡାହାଣ ଆଣ୍ଡୁଠାରୁ କଟିଯିବା ସହ ପଛପଟ ମୁଣ୍ଡ ଫାଟିଯାଇ ଗଭୀର ରକ୍ତସ୍ରାବ ହୋଇଥିଲା। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସଞ୍ଜୟଙ୍କର ମୃତ୍ୟୁ ହୋଇଥିଲା। ନିରାକାରପୁର ରେଳବାଇ ପୁଲିସ ଶବକୁ ଖୋର୍ଧାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଫାଣ୍ଡି ଅଧିକାରୀ ଲିଙ୍ଗରାଜ ସେଠୀ କହିଛନ୍ତି।
ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/06/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)