ଅତାବିରା : ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ସରଣ୍ଡା ଭୁଲିଆ ଛକର ବିଭୁତି ଭୁଏ (୧୯) ଶୌଚ କରିବା ପାଇଁ ଯାଇଥିବା ବେଳେ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ଣରେ ବିଭୂତି ଘରୁ ବାହାରି ଶୌଚ କରିବା ପାଇଁ ରେଳ ଧାରଣା ପଟକୁ ଯାଇଥିଲେ। ଆଜି ସକାଳୁ ତାଙ୍କ ମର ଶରୀର ରେଳଲାଇନ ଧାରଣା ପାଖରୁ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଧାରଣାରେ ଚାପି ହୋଇଥିଲା। ରେଳବାଇ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି। ଗୁରୁବାର ସଂଧ୍ୟାରେ ଦାହ ସଂସ୍କାର କରାଯାଇଛି। ‌ସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର