ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଇଥକୋଲା ପଞ୍ଚାୟତର କଇଥକୋଲା ଗ୍ରାମର ହରି ଗିରିଙ୍କ ପୁଅ ଭଗିରଥ(୨୦)ଙ୍କୁ କେହି ଦୁର୍ବୃତ୍ତ ମାରି ବିଲ ମଝିରେ ଫିଙ୍ଗି ଦେଇଛନ୍ତି। ଦୋସିଙ୍ଗା ପଞ୍ଚାୟତ ବାଲିସାହି ଗ୍ରାମର ଗୋଲେଖ ବିଶ୍ବାଳଙ୍କ ବାଂଶଡା ମୌଜାରେ ଥିବା ଏକ ଚିଙ୍ଗୁଡି ଘେରିରେ ଭଗିରଥ କର୍ମଚାରୀ ଭାବେ କାମ କରୁଥିଲେ। କୌଣସି କାରଣରୁ ୭ ତାରିଖରେ ମାଲିକଙ୍କ ସହ ପାଟିତୁଣ୍ତ ହେବାରୁ ଭଗିରଥ ଚିଙ୍ଗୁଡି ଘେରି ଛାଡି ଘରକୁ ଚାଲି ଆସିଥିବା ପରିବାର ଲୋକେ କହୁଥିବା ବେଳେ ସେହି ଦିନଠାରୁ ଭଗିରଥ ନିଖୋଜ ଥିବା ଜଣା ପଡିଥିଲା ା ମୋବାଇଲ ସୁଇଚ ଅପ୍ ଥିବା ବେଳେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇଥିଲେ। ଆଜି ଛେଳି ଚରାଇବାକୁ ଯାଇଥିବା ଜଣେ ମହିଳା ବିଲ ମଝିରେ କେହି ମରି ପଡିଥିବା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଭଗିରଥକୁ ହତ୍ୟା କରାଯାଇଛି ବୋଲି ତାର ବଡଭାଇ ଧାମରା ଥାନାରେ ଅଭିଯୋଗ କରିଥିଲେ। ଏ ସ˚କ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଜାରି ରଖିଛି।
ଯୁବକଙ୍କୁ ମାରି ଫିଙ୍ଗି ଦେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2019/06/suicide-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)