ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କୁନ୍ଦୁଲି ଗାଁ ପାଖ ଜଙ୍ଗଲ ଏକ ମହୁଲ ଗଛରୁ ଯୁବକଙ୍କ ଝୁଲନ୍ତା ଗଳିତ ଶବକୁ ପୁଲିସ ଉଦ୍ଧାର କରିଛି। ପାରିପାର୍ଶ୍ବକ ସ୍ଥିତିରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୁଲିସ ଛାନଭିନ ଚଳାଇଛି। ଆଜି ସ୍ଥାନୀୟ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ମହୁଲ ଗଛରେ ଯୁବକଙ୍କ ଗଳିତ ଶବ ଝୁଲୁଥିବା ଦେଖିଥିଲେ। ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଛି। ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ତାଙ୍କର ପରିଚୟ ପାଇବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ପରିଚୟ ଓ ପୋଷ୍ଟମଟମ ରିପୋର୍ଟ ମିଳିବା ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ପୁଲିସ କହିଛି।
କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କୁନ୍ଦୁଲି ଗାଁ ପାଖ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର; ହତ୍ୟା ସନ୍ଦେହ, ପୁଲିସର ଛାନଭିନ
/sambad/media/post_attachments/wp-content/uploads/2020/02/dead-indiatoday7-4.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)