ଭବାନୀପାଟଣା : ଜାଖମ ବଙ୍ଗଳା ଛକ ନିକଟରେ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜାଖମ ବଙ୍ଗଳା ଛକ ନିକଟରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଠାବ ହୋଇଛି । ଯୁବକକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସଗଡା ପଞ୍ଚାୟତର ନାଗଝୁରି ଗ୍ରାମର ମୋହନ ସୁନାନୀ(୨୧)ଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଜାଖମ ବଙ୍ଗଳା ଛକ ନିକଟରେ ପଡିଥିଲା । ପରିବାର ଲୋକେ ଖବର ପାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି କେସନଂ ୨୮୭/୨୦୨୦ ଦଫା ୩୦୨, ୨୦୧, ୪୩୬ରେ ଏକ ମାମଲା ରୁଜୁ କରିଛି । ପୁଲିସ ଏନେଇ ତଦନ୍ତ ପାଇଁ ତନାଘନା ଆରମ୍ଭ କରିଛି । ପୁଲିସ ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର