ସୁରତରୁ ଆସିଲା ଯୁବକଙ୍କ ଶବ, କରୋନା ଭୟରେ ଛୁଇଁଲେନି ଗ୍ରାମବାସୀ, ଏକାକୀ ପୁଅର ଶବକୁ ପୋତିଲେ ଅସହାୟ ବାପା

ବାରିପଦା : କରୋନା ଯେ ସମାଜରେ ବିଶ୍ୱାସ ଓ ମାନବିକତାର ବାତାବରଣକୁ ନଷ୍ଟ କରିଦେଇଛି, ଏହାର ଏକ ବାସ୍ତବ ଚିତ୍ର ଆଜି କପ୍ତିପଦା ବ୍ଳକ୍‌ରେ ଦେଖିବାକୁ ମିଳିଛି । କରୋନା କାରଣରୁ ମରିଯାଉଛି ମାନବିକତା। ଉତ୍କଟ ହେଉଛି ସନ୍ଦେହ। ପରିବାର ଚଳାଇବାକୁ ସୁରତ ଯାଇଥିବା ଜଣେ ଯୁବକ ଶେଷରେ ଶବ ହୋଇ ନିଜ ଗାଁକୁ ଫେରିଛନ୍ତି। ମାତ୍ର ଗାଁକୁ ଫେରିବା ପରେ କିନ୍ତୁ ତାଙ୍କୁ ଛୁଇଁନଥିଲେ କିମ୍ବା ପାଖକୁ ଯାଇନଥିଲେ କେହି ସାହି ଭାଇ। ଶେଷରେ ଅସହାୟ ବାପା ଏକାକୀ ନିଜ ପୁଅର ଶବକୁ ପୋତିଥିଲେ। ଏପରି ଦୁଃଖଦ ଘଟଣା ଘଟିଛି କପ୍ତିପଦା ବ୍ଲକ୍ କଟୁରିଆ ନିକଟରେ ଥିବା ଚତୁରି ସାହି ଗ୍ରାମରେ।

www.indiatimes.com

ଗତକାଲି ବିଳମ୍ବିତ ସନ୍ଧ୍ୟାରେ ସୁରତରୁ ଏହି ଗ୍ରାମର ଘାସିରାମ ମୂର୍ମୁଙ୍କ ପୁଅ ଦାସ ମୁର୍ମୁ (୧୬) ର ମୃତ ଦେହ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କୁ ଆସିଥିଲା । ତେବେ କରୋନା ଭୟ ତାହା ପୁଣି ସୁରତ ଫେରନ୍ତା ଶବ ନେଇ ଗ୍ରାମରେ ବୈଠକ ହୋଇଥିଲା । ନିଷ୍ପତ୍ତି ମୁତାବକ ଶବକୁ କେହି ଛୁଇଁବେ ନାହିଁ ବୋଲି ଚୂଡାନ୍ତ ହୋଇଥିଲା । ଫଳରେ ନିରୁପାୟ ହୋଇ କାହାରି ସହଯୋଗ ନ ପାଇ ଅସହାୟ ବାପା ଘାସିରାମ ଏକାକୀ ନିଜ ପୁଅର ଶବକୁ ଗାଁ ଠାରୁ ଦୂରରେ ଏକ ନିର୍ଜନ ସ୍ଥାନରେ ପୋତିଥିବା ଜଣାପଡ଼ିଛି। ଦିନେ ପୁଅ ତାଙ୍କର ଶବ ସତ୍କାର କରିବାର ସ୍ବପ୍ନ ରଖିଥିବା ବାପା ଘାସିରାମ କିନ୍ତୁ ପ୍ରବଳ ବର୍ଷାରେ ଏକାକୀ ସମସ୍ତ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ। ମୃତକ ଜଣଙ୍କ ସୁରତର ଏକ ମାର୍ବଲ କାରଖାନାରେ କାମ କରୁଥିଲେ। କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି ।

କଥାରେ ଅଛି ବିପଦ ବେଳେ ଆସି ଛିଡା ହେଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। କିନ୍ତୁ ନା ଆସିଲେ ପରିଜନ ନା ଆସିଲେ ସାହିପଡିଶା। ନିଜ ଭାଇର ମୃତଦେହକୁ ଘୋଷାଡି ଘୋଷାଡି ପୋତିଲା ଜଣେ ଭାଇ। ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନ କଟୁରିଆ ଗ୍ରାମରେ। ମୃତକଜଣଙ୍କ ପ୍ରାୟ ଏକ ବର୍ଷ ପୂର୍ବରୁ ଗୁଜୁରାଟର ଏକ ମାର୍ବଲ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। ଚଳିତ ମାସ ୧ତାରିଖରେ ସେ କାମ କରୁଥିବା ସ୍ଥାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ କମ୍ପାନୀ ପକ୍ଷରୁ ଏକ ଅମ୍ବୁଲାନ୍ସ ଜରିଆରେ ମୃତଦେହକୁ ଆଣି ତାଙ୍କ ଘରେ ଛାଡ଼ି ଚାଲି ଯାଇଥିଲେ। କେବଳ କମ୍ପାନୀ ପକ୍ଷରୁ ତାଙ୍କର ମୃତ୍ୟୁ ସମ୍ବନ୍ଧୀୟ କିଛି କାଗଜପତ୍ର ବାଦେ କୌଣସି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇନଥିଲା। ଦାସଙ୍କ ମୃତ୍ୟୁ କରୋନାରେ ହୋଇନଥିବା ମୃତ୍ୟୁ ପ୍ରମାଣପତ୍ରରେ ସ୍ପଷ୍ଟ ହୋଇଛି। ତଥାପି ଦାସଙ୍କୁ କାନ୍ଧ ଦେବା ପାଇଁ କେହି ଆସିନଥିଲେ। କୌଣସି ପରିଜନ ବା ସାହିପଡିଶା ମଧ୍ୟ ମୃତଦେହକୁ ସତ୍କାର କରିବା ପାଇଁ ଆସିନଥିଲେ। ତେଣୁ ରାତିତମାମ ମୃତଦେହ ବର୍ଷାରେ ଭିଜିବା ପରେ ଦାସଙ୍କ ବଡଭାଇ ଓ ବୃଦ୍ଧ ବାପା ନିଜ ବାଡ଼ିରେ ଏକ ଗାତ ଖୋଳି ଦାସଙ୍କ ଅନ୍ତିମ ସଂସ୍କାର କରିଥିଲେ। ତେବେ ଏପରି ସମ୍ବେଦନଶୀଳ ଘଟଣା ଆମ ସଭ୍ୟ ସମାଜ ଉପରେ ଆଙ୍ଗୁଳି ନିର୍ଦେଶ କରୁଛି।

ସମ୍ବନ୍ଧିତ ଖବର