ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବାଲେଶ୍ୱର : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ବାଲେଶ୍ୱର ସହରରେ ଶୋଭାଯାତ୍ରା ବେଳେ ବିଦ୍ୟୁତ ଆଘାତରେ ଢେଙ୍କାନାଳ ଦକ୍ଷିଣକାଳୀ ସର୍ଜନସାହିର ବାଜିଆ ନରୋତ୍ତମ ନାୟକଙ୍କ ପୁଅ ଚନ୍ଦନଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ପରମିଟ ପଡ଼ିଆରୁ ବିଭିନ୍ନ ପାରମ୍ପରିକ ବାଜା ଦଳ ସହ ଶୋଭାଯାତ୍ରାରେ ୪୦ରୁ ଉର୍ଦ୍ଧ୍ୱ ମେଢ଼ ଯାଉଥିଲେ। ଗୋପାଳଗାଁ ନିକଟରେ ଶୋଭାଯାତ୍ରା ଯାଉଥିବା ବେଳେ ଢ଼େଙ୍କାନାଳ ଶିଙ୍ଗବାଜା ଦଳର ଚନ୍ଦନ ଟ୍ରଲିକୁ ବାଜା ବଜାଇବା ପାଇଁ ଉଠିବା ବେଳେ ଟ୍ରଲିରେ ଲାଗିଥିବା ଛତା ବିଦ୍ୟୁତ ସଂଯୋଗରେ ଆସିବାରୁ ଚନ୍ଦନ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର