ବିଷାକ୍ତ ମଦ ପିଇ ଯୁବକର ମୃତ୍ୟୁ !

ଚାନ୍ଦବାଲି : ଗାଁ ଗାଁରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ବେଳେ ମଦକୁ ନେଇ ବହୁ ସ˚ସାର ଉଜୁଡ଼ି ଯାଉଛି। ବିଷାକ୍ତ ମଦ ପିଇ ଭଦ୍ରକ ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତର ମାଝୀସାହିର ଗୋଲେଖ ମାଝୀଙ୍କ ପୁଅ ମହେଶ୍ବର ମାଝୀ( ୩୬)ଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଜି ଅଭିଯୋଗ କରିଛନ୍ତି।

ମହେଶ୍ବର ଗତ କିଛି ବର୍ଷ ହେବ ମଦ ପିଇ ସମସ୍ତ ରୋଜଗାର ଅର୍ଥ ସାରି ଦେଉଥିବା ବେଳେ ଅଭାବ ଅନଟନକୁ ନେଇ ପରିବାର ମଧୢରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଫଳରେ ସେ ପରିବାର ଠାରୁ ପୃଥକ ହୋଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲା। ମହେଶ୍ବରର ୩ଜଣ ଛୋଟ ଛୋଟ ପୁଅ ରହିଛନ୍ତି। ମହେଶ୍ବରକୁ ମଦ ପିଇବାକୁ ପତ୍ନୀ ସବୁବେଳେ ବାରଣ କରୁଥିଲେ। ଗତକାଲି ରାତିରେ ସେ ମଦ ପିଇ ଘରକୁ ଆସିବା ପରେ ଛାତିରେ ଯନ୍ତ୍ରଣା ହେଉଛି କହି ଗଡ଼ିବାକୁ ଲାଗିଲା। ପତ୍ନୀ ଉପାୟ ଶୂନ୍ୟ ହୋଇ ଦେହ ଘସିବାକୁ ଲାଗିଲେ। ତେବେ ରାତି ୧ଟାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଜି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ।

ସମ୍ବନ୍ଧିତ ଖବର