ଝରିଗାଁ:ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ କୁସୁମୀ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଦେଇ ଜୀବନ ହାରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୁସୁମୀ ଗ୍ରାମର ଭଗତ ମାଝୀଙ୍କ ପୁଅ ମୁକୁନ୍ଦ ମାଝୀ (୪୦) ପ୍ରାୟ ୨୫ ବର୍ଷ ହେବ ଅଲେଖ ମହିମା ଦୀକ୍ଷା ଗ୍ରହଣ କରିବା ସହ ଚନ୍ଦାହାଣ୍ଡି ବ୍ଲକ ଉର୍ମାଲଠାରେ ଥିବା ଆଶ୍ରମରେ ରହୁଥିଲେ। ବେଳେବେଳେ ନିଜ ଘରକୁ ଆସି କିଛି ଦିନ ରହି ଆଶ୍ରମକୁ ଫେରି ଯାଉଥିଲେ।
ତେବେ ଗତ ତିନି ମାସ ହେବ ମୁକୁନ୍ଦ ଘରକୁ ଆସିଲେ ମଧ୍ୟ ପରିବାର ଲୋକଙ୍କ ସହ କଥା ହେଉନଥିବା ବେଳେ ଏକା ଏକା ରହୁଥିଲେ। ଗତକାଲି ମୁକୁନ୍ଦ ଘରେ ଖାଇବା ପରେ ଶୋଇ ପଡ଼ିଥିଲେ। ତେବେ ଆଜି ସକାଳୁ ଘରୁ ବାହାରି ଯାଇ ପ୍ରାୟ ୫ ମିଟର ଦୂରରେ ଥିବା କାଜୁ ବାଡ଼ରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ। ସକାଳୁ ସକାଳୁ କିଛି ମହିଳା ଶୌଚ ପାଇଁ କାଜୁ ବଗିଚାକୁ ଯାଇଥିବା ବେଳେ ତାଙ୍କ ମୃତଦେହ ଦେଖିଥିଲେ ଆଉ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତ ମୁକୁନ୍ଦଙ୍କ ଭାଇ ନୀଳକଣ୍ଠ ଝରିଗାଁ ଥାନାରେ ଲିଖିତ ଭାବେ ଘଟଣା ସମ୍ପର୍କରେ ଜଣାଇଥିଲେ। ଅଭିଯୋଗ ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶରୀର ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ମୁକୁନ୍ଦ ତିନି ମାସ ହେବ ମାନସିକ ଭାବେ ବିକୃତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/29/2025-01-29t142309426z-whatsapp-image-2025-01-03-at-23901-am.jpeg)
/sambad/media/media_files/2025/07/23/nabarangpur-2025-07-23-20-04-28.jpg)