ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ତୁର୍ଲା ଗାଁରେ ରବିବାର ରାତି ପ୍ରାୟ ୧୦ଟା ୧୫ ମିନିଟ୍‌ରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଉକ୍ତ ଗାଁର ସତ୍ୟ କୁମ୍ଭାର ବୋଲି ଜଣାପଡ଼ିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ଉଦ୍ଧାର ହୋଇପାରି ନାହିଁ। ସତ୍ୟ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ରବିବାର ରାତିରେ ମାଛ ଜଗିବାକୁ ନିକଟସ୍ଥ ବରିହାମୁଡ଼ା ବନ୍ଧକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ୧୫ ମିନିଟ୍‌ରେ ସେମାନଙ୍କୁ ଏକ ହାତୀ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର