ସମ୍ବଲପୁର : କାଳ ହେଲା ପଦ୍ମ ତୋଳା, ପାଣିରେ ବୁଡ଼ି ଯୁବକ ମୃତ

ସମ୍ବଲପୁର : ଦଶହରା ପାଇଁ ପଦ୍ମଫୁଲ ତେଳିବା କାଳ ହେଲା। ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଖର୍ସନମାଲ ପଞ୍ଚାୟତ ମାଳିକଟା ଅଞ୍ଚଳରେ। ମୃତକ ହେଲେ ମୁଣ୍ଢେନପୁର ପଞ୍ଚାୟତ ଭେଜିକୁଦ ଗ୍ରାମର ନବୀନ ମିର୍ଧା(୪୫)। ଶୁକ୍ରବାର ପଦ୍ମ ଫୁଲ ତୋଳିବାକୁ ନବୀନ ମାଳିକଟାକୁ ଯାଇଥିଲେ। ୨ ଦିନ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ପତ୍ତା ମିଳି ନଥିଲା। ଏ ସଂପର୍କରେ ପରିବାର ଲୋକ ଗୌଡ଼ପାଲି ଫାଣ୍ଡିରେ ଅଭିଯୋଗ କରିଥିଲେ। ରବିବାର ଅପରାହ୍‌ଣରେ ମାଳିକଟା ମଝି‌ରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର