ଚିକିଟି: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଗାଧୋଉଥିବା ବେଳେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଚିକିଟି ବ୍ଲକ୍ ସୁନାପୁର ଗ୍ରାମର ଲବ ବେହେରା (୨୨)। ଗତକାଲି ସନ୍ଧ୍ୟାରେ ଲବ ତାଙ୍କ ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍ ଉଚ୍ଚା ଲହଡ଼ିରେ ଭାସିପଳାଇଥିଲେ। କିଛି ସମୟ ପରେ ଲବଙ୍କୁ ସାଙ୍ଗମାନେ ଅଚେତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗ‌େ ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣୁଥିଲେ। ତେବ‌େ ରାସ୍ତାରେ ଲବଙ୍କ ମୃତ୍ୟୁ ହୋଇଥିଲା।

Advertisment

ସୁନାପୁର ମେରାଇନ୍ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଥିଲା। ଶୋକାକୁଳ ପରିବେଶରେ ଗାଁରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏନେଇ କେସ୍ ନମ୍ବର ୧/୨୦୨୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ହୋଇଛି। ଲବ ଦୁଇବର୍ଷ ତଳେ ବିବାହ କରିଥିଲେ। ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ମାନ୍ୟତା ମିଳିଛି। ପର୍ଯ୍ୟଟକଙ୍କ ପାଇଁ ଲାଇଫଗାର୍ଡ଼ ବି ମୁତୟନ ହୋଇଛନ୍ତି। ତଥାପି ଲବଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରି ନଥିଲା।