ନୀଳଗିରି/ଖନ୍ତାପଡ଼ା: ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖନ୍ତାପଡା ଥାନା ଅଧୀନ ଶେରଗଡ଼ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶୌଚ ହେବା ସମୟରେ ଗୋଡ଼ ଖସି ପାଣିରେ ବୁଡ଼ି ଯୁବକଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ ଶେରଗଡ଼ ଗ୍ରାମର ବିଜୟ ବାଗ ଗତକାଲି ସନ୍ଧ୍ୟାରେ ଘରେ ସଉଦା ଦେଇ ଶୌଚ ପାଇଁ ଗ୍ରାମର ଉତ୍ତରା ପୋଖରୀକୁ ଯାଇଥିଲେ। ହେଲେ ବିଳମ୍ବ ହୋଇଥିଲେ ବି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ।
ପୋଖରୀରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ଯନ୍ତ ଖୋଜାଖୋଜି କରିଥିଲେ। ତେବେ ବୁଧବାର ସକାଳୁ ଶବ ଭାସୁଥିବାର ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଅବଗତ କରିଥିଲେ।
ପରିବାର ଲୋକେ ନୀଳଗିରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପରିବାର ଲୋକେ ଶବକୁ ଚିହ୍ନଟ କରିଥିଲେ।ପରେ ଶେରଗଡ଼ ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ ପରିବାର ବର୍ଗ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।
ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/20/youth-drowns-in-pond-dies-2025-08-20-19-39-47.jpg)