ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ଅଧୀନ ନେଳିଆବାଗର ଜଣେ ଯୁବକ ଆଜି ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଯୁବକଜଣକ ହେଉଛନ୍ତି ଲେଡୁ ଟୁଡୁଙ୍କ ୨୧ ବର୍ଷୀୟ ପୁଅ ରବି ଟୁଡୁ। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ସଦର ଡାକ୍ତରଖାନାକୁ ଅଣାଯାଇଛି। ମିଳିଥିବା ଖବର ଅନୁଯାୟୀ, ଆଜି ସକାଳ ୯ଟାରେ ରବି ଘର ନିକଟସ୍ଥ ନଦୀକୁ ମାଛ ଧରିବାକୁ ଯାଇଥିଲେ। କୌଣସି କାରଣରୁ ସେ ନଦୀରେ ବୁଡ଼ିଯିବା ସ୍ଥାନୀୟ ଅଗ୍ନିଶମ ବିଭାଗରେ ଖବର ପହଞ୍ଚିଥିଲା। ତୁରନ୍ତ ଏକ ଟିମ୍‌ ସେଠାରେ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିଥିଲେ। ନ ପାଇବାରୁ ଏନ୍‌ଡିଆଏଫର ଏକ ଟିମ୍‌ ମଧ୍ୟ ସେଥିରେ ସାମିଲ ହୋଇଥିଲା। ଅପରାହ୍ନ ୩ଟାରେ ଯୁବକଙ୍କ ମୃତ ଉଦ୍ଧାର କରାଯାଇଥିଲା। ଏନେଇ ଟାଉନ ଥାନାରେ କିଛି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର