ବୌଦ୍ଧ : ବୌଦ୍ଧ ଥାନା ପାଲଝର୍ସ୍ଥିତ ସାଲୁଙ୍କି ଚେକ୍ଡ୍ୟାମ୍ରେ ବୁଡ଼ି ଜଣେ ଯୁବ ଇଂଜିନିୟର୍ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ତାମିଲନାଡୁର ମୁକୁନ୍ଦମ ଆର୍ (୨୨) ବୋଲି ଜଣାଯାଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ମେଗା ଉଠାଜଳସେଚନ ପ୍ରକଳ୍ପ ଏଲ୍ଏଣ୍ଡ୍ଟି କମ୍ପାନି ଦ୍ବାରା ନିର୍ମାଣାଧୀନ ରହିଛି। ସେଠାରେ କାମ କରୁଥିବା ଏହି ଯୁବ ଇଞ୍ଜିନିୟର ୨ଜଣ ସହକର୍ମୀଙ୍କ ସହ ରବିବାର ଅପରାହ୍ନରେ ପାଲଝର ଚେକ୍ଡ୍ୟାମ୍ ବୁଲିବାକୁ ଯାଇଥିଲେ। ସେଲ୍ଫି ଉଠାଇବା ସମୟରେ ମୁକୁନ୍ଦଙ୍କ ମୋବାଇଲ୍ଟି ପାଣିରେ ପଡ଼ିଯାଇଥିଲା। ଫୋନ୍କୁ ଆଣିବା ପାଇଁ ସେ ଓ ତାଙ୍କର ଜଣେ ସହକର୍ମୀ ପାଣି ଭିତରକୁ ପଶିଥିଲେ। କିନ୍ତୁ କେନାଲରେ ପାଣିର ସ୍ରୋତ ପ୍ରଖର ଥିବାରୁ ଦୁହେଁ ଭାସିଯାଇଥିଲେ। ନିକଟରେ ମାଛ ମାରୁଥିବା କିଛି ଲୋକ ଜଣଙ୍କୁ ଉଦ୍ଧାର କରିପାରିଥିଲେ। ମାତ୍ର ସୋମବାର ସକାଳେ ସାଲୁଙ୍କି କେନାଲ୍ରୁ ମୁକୁନ୍ଦମଙ୍କ ଶବ ଉଦ୍ଧାର କରାଯାଇଛି।
ଚେକ୍ଡ୍ୟାମ୍ରେ ବୁଡ଼ି ଯୁବ ଇଂଜିନିୟରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/08/drown-in.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)