କଳାବାଡ଼ିଆ : ଇଟାଭାଟିରେ କାମ କରୁଥିବା ବେଳେ ପରସ୍ପରର ସ୍ତ୍ରୀକୁ ନେଇ ଫେରାର୍ ହୋଇ ଯାଇଛନ୍ତି ଦୁଇଜଣ ଯୁବକ। ବାଲେଶ୍ବର ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଅଞ୍ଚଳର ଜଣେ ଯୁବକ ତାଙ୍କ ସ୍ତ୍ରୀ ସହ ବାଲେଶ୍ବର ଅଞ୍ଚଳର ଏକ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଯୁବକଙ୍କ ସ୍ତ୍ରୀ ସହିତ ବାଙ୍ଗିରିପୋଷି ଅଞ୍ଚଳର ଜଣେ ଯୁବକଙ୍କର ପ୍ରେମସଂପର୍କ ଗଢ଼ି ଉଠିଥିଲା। ପରେ ଉକ୍ତ ମହିଳାଙ୍କୁ ନେଇ ସେ ଫେରାର୍ ହୋଇଗଲେ। ଏପଟେ ଦ୍ବିତୀୟ ଯୁବକ ଜଣଙ୍କ ନିଜ ସ୍ତ୍ରୀକୁ ନ’ ପାଇ ପ୍ରଥମ ବ୍ୟକ୍ତିର ସ୍ତ୍ରୀଙ୍କୁ ନେଇ ପଳାଇଛି। ପ୍ରଥମ ମହିଳାଙ୍କ ଭାଇ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ବାଙ୍ଗିରିପୋଷି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଉଭୟ ଯୁବକଙ୍କର ପୂର୍ବରୁ ୨ଟି ଲେଖା ପିଲା ଅଛନ୍ତି।
ଇଟାଭାଟିରେ କାମ କଲା ବେଳେ ପ୍ରେମ, ପରସ୍ପରର ସ୍ତ୍ରୀ’କୁ ନେଇ ଦୁଇ ଯୁବକ ଫେରାର୍
/sambad/media/post_attachments/wp-content/uploads/2020/02/escape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)