ସୋନପୁର : ଗୁରୁବାର ସକାଳୁ ସୋନପୁର ମହାନଦୀ ସେତୁ ଉପରେ ସେଲ୍ଫି ନେବା ସମୟରେ ତଳକୁ ଖସି ସୋନପୁର ପଟାଭାଡ଼ିର ଜିତୁ ନାଏକ (୨୪) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜିତୁଙ୍କ ଅଣ୍ଟାରେ ଆଘାତ ଲାଗିଛି। ତେବେ ସେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ମହାନଦୀ ସେତୁ ଉପରେ ସେଲ୍ଫି ନେବା ବେଳେ ଖସିପଡ଼ିଲେ ଯୁବକ
/sambad/media/post_attachments/wp-content/uploads/2019/12/sonepur.jpg)