ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍ ବାଇକ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ କୋର୍ଟଚାଲାଣ କରିଛି। ଖଡ଼ିଆଳ ବ୍ଲକ ଚନାବେଡ଼ା ଗ୍ରାମର ଧରୁଆପଡ଼ାରୁ ଏକ ବାଇକ୍ (ଓଡି ୦୩ଏମ-୬୧୮୧)କୁ ଦୁଇ ଜଣ ଯୁବକ ଘରୁ ଠେଲି ଠେଲି ରାତିରେ ନେଉଥିଲେ।
ଏହି ସମୟରେ ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ମାରିଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ କୁରେଶ୍ୱର ଭୋଇ (୩୬)ଙ୍କୁ କୋର୍ଟଚାଲାଣ କରିଥିବା ଆଇଆଇସି ଅନିରୁଦ୍ଧ ମୁଦୁଳି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest-1.jpg)