କୋରାପୁଟ : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଦଶମନ୍ତପୁର ବ୍ଲକ ଲୁଲ୍ଲା ପଂଚାୟତ ଅନ୍ତର୍ଗତ ମରିଚମାଳ ଗ୍ରାମର ଶୁବ୍ରି ସାଉନ୍ତା (୨୫ ବର୍ଷ) ଗତକାଲି ରାତିରେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାଲୁ ଆକ୍ରମଣ କରିଥିଲା।