ନୂଆପଡ଼ା : ରବିବାର ସକାଳେ ବୋଡ଼େନ ଥାନା ଅନ୍ତର୍ଗତ ବାଗଲୋର ଗାଁର ମନଧର ମାଝୀ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ମନଧରଙ୍କ ପୋଷା କୁକୁର ଦୌଡ଼ି ଆସି ଭାଲୁଙ୍କୁ ପାଲଟା ଆକ୍ରମଣ କରିଥିଲା। ଫଳରେ ଭାଲୁଗୁଡ଼ିକ ଜଙ୍ଗଲକୁ ଚାଲି ଯାଇଥିଲେ। ଖବର ପାଇ ଗାଁ ଲୋକେ ଗୁରୁତର ଅବସ୍ଥାରେ ମନଧରଙ୍କୁ ଉଦ୍ଧାର କରି ବୋଡ଼େନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣରେ ମନଧରଙ୍କ ହାତ, ଜଂଘ ଓ ପିଠି କ୍ଷତାକ୍ତ ହୋଇଛି। ତେବେ ତାଙ୍କ କୁକୁର ଯୋଗୁ ତାଙ୍କ ଜୀବନ ବଞ୍ଚିଗଲା ବୋଲି ଆଲୋଚନା ହେଉଛି।
୩ ଭାଲୁ ଆକ୍ରମଣରୁ ବଞ୍ଚାଇଲା ପୋଷା କୁକୁର, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2020/03/nuapada-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)