ହୋର୍ଡ଼ିଂ ମାରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଲିଙ୍ଗିପୁର ନିକଟରେ ହୋର୍ଡିଂ ବାନ୍ଧୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ଲିଙ୍ଗିପୁର ନିକଟରେ ମହାନଦୀ ଆନ୍ଦୋଳନ କାର୍ଯ୍ୟକ୍ରମ ପାଇଁ ହୋର୍ଡିଂ ବାନ୍ଧୁଥିବା ବେଳେ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ୍‌ ଲାଇନ ତାର ସଂସ୍ପର୍ଶରେ ଆସି ପବିତ୍ର କୁମାର ସ୍ୱାଇଁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହୋର୍ଡିଂ ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ଲାଇନ୍‌ ସଂସ୍ପର୍ଶରେ ଆସିଯିବା ଫଳରେ ତାଙ୍କ ଦେହରେ କରେଣ୍ଟ ଲାଗିବା ସହ ନିଆଁ ଜଳିଉଠିଥିଲା। ଫଳରେ ସେ ଖୁଣ୍ଟରୁ ଖସିପଡିଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଚିକିତ୍ସା ଲାଗି ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ରାତିରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ସଂକଟାପନ୍ନ ଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଏସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର