ବଲାଙ୍ଗୀରରେ ଗୁଳିମାଡ଼, ଯୁବକ ଗୁରୁତର

ବଲାଙ୍ଗୀର : ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ବଲାଙ୍ଗୀର-ଟିଟିଲାଗଡ ରୋଡ଼ରେ ଥିବା ନର୍ସରି ନିକଟରେ ୫ ରାଉଣ୍ଡ ଗୁଳି ଫୁଟିଥିଲା। ଗୁଳି ମାଡ଼ରେ ଦିଲୀପ ପଟ୍ଟନାୟକ (ସୋନୁ) ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସୋନୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଲାଙ୍ଗୀର ସଦର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଦର ଥାନା ପୁଲିସ ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର