ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ୍

ଫୁଲବାଣୀ : ଆଜି ଫୁଲବାଣୀ ଫାଷ୍ଟ୍‌ଟ୍ରାକ ପକ୍‌ସୋ କୋର୍ଟ୍‌ର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଅଭିଯୁକ୍ତ ଗଗନ ନାୟକକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ଅଭିଯୁକ୍ତ ୧୦ ହଜାର ଟଙ୍କା ଜରିମାନା ଭରିବେ। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ୍‌ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ୨୦୧୬ ମସିହା ନଭେମ୍ବର ୧୯ ତାରିଖ ଦିନ ଫୁଲବାଣୀ ଟାଉନ୍ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ  ଗଗନ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା।

ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା କ୍ରମେ ଫୁଲବାଣୀ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାର ବିଚାରଣା କରି ଫୁଲବାଣୀ ଫାଷ୍ଟ୍‌ଟ୍ରାକ ପକ୍‌ସୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ସମସ୍ତ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଗଗନକୁ ଉପ‌ରୋକ୍ତ ଦଣ୍ଡବିଧାନ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଫାଷ୍ଟ୍‌ଟ୍ରାକ କୋର୍ଟ୍‌ର ସ୍ବତନ୍ତ୍ର ପିପି ବନମାଳି ବେହେରା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର