ବସ୍‌ ଧକ୍କାରେ ଯୁବକ ମୃତ

କେନ୍ଦୁଝର  : କେନ୍ଦୁଝର ସଦର ଥାନା ପଳାଶପଙ୍ଗା ଫାଣ୍ଡି ନିକଟରେ ଗୁରୁବାର ଅପରାହ୍ଣ ସାଢେ ୩ଟା ପାଖପାଖିରେ ଏକ ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁଯାୟୀ ହରିଚନ୍ଦନପୁରରୁ ୩ ଜଣ ଯୁବକ ଏକ ଡିଜେ ଗାଡି ନେଇ ବଡବିଲ ଯାଉଥିଲେ । ତେବେ ପଳାଶପଙ୍ଗା ଫାଣ୍ଡି ନିକଟରେ ଡିଜେ ଗାଡିକୁ ଅଟକାଇ ଦୋକାନରୁ କିଛି କିଣାକିଣି କରି ଫେରୁଥିବା ବେଳେ କେନ୍ଦୁଝର ଅଭୁମୁଖେ ଆସୁଥିବା କୌଶଲ୍ୟା ବସ ସେମାନଙ୍କ ମଧ୍ୟରୁ ବିଶ୍ବନାଥ ମହାନ୍ତ (୨୦)ଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡିଥିଲେ । ଆଉ ତାଙ୍କ ମୁଣ୍ଡ ଉପରେ ବସଟି ଚଢିଯାଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପଳାଶପଙ୍ଗ ବିଟ୍ ଅଧିକାରୀ ଭୋଳେଶ୍ବର ନାଏକ ପହଞ୍ଚି ମୃତ ଶବ ଜବତ କରି ବନାଯୋଡ଼ି ଟୋଲଗେଟ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବସକୁ ଜବତ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର