ବୃଦ୍ଧାଙ୍କୁ ଖଣ୍ତାରେ ହାଣି ମାରିଲା ପୁତୁରା

ଗୋରୁମହିଷାଣୀ : ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଛାମୁଡାଡିହି ଗ୍ରାମରେ ଆଜି ସଂଧ୍ୟାରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜମିବାଡ଼ି ବିବାଦରୁ ଜଣେ ବୃଦ୍ଧାଙ୍କୁ ତାଙ୍କ ପଡ଼ୋଶୀ ତଥା ସଂପର୍କୀୟ ପୁତୁରା ଖଣ୍ତାରେ ହାଣି ହତ୍ୟା କରିଛି। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାରୁ ପ୍ରକାଶ, ଜମିବାଡ଼ି ଭାଗ ବଣ୍ଟୁଆରାକୁ ନେଇ ଛାମୁଡ଼ାଡିହି ଗ୍ରାମର ରାଇମଣୀ କାଳନ୍ଦୀ ଓ ପଡ଼ୋଶୀ ତଥା ସଂପର୍କୀୟ ପୁତୁରା କମଲ କାଳନ୍ଦୀ ପରିବାର ମଧ୍ୟରେ ଆଜି ସନ୍ଧ୍ୟା ବେଳେ ଝଗଡ଼ା ହୋଇଥିଲା। ଏହା କ୍ରମଶଃ ଉଗ୍ରରୂପ ଧାରଣ କରି ଉଭୟ ପରିବାର ସଦସ୍ୟ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏତିକିବେଳେ ଉତ୍ତ୍ୟକ୍ତ ହୋଇ କମଲଙ୍କ ସାନଭାଇ ଧ୍ରୁବ କାଳନ୍ଦୀ ଏକ ଖଣ୍ଡା ଆଣି ରାଇମଣୀଙ୍କ ବେକକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର