ଯୁବନେତା ସୂରଜ ଗୁରୁଙ୍କ ପରଲୋକ

ବଲାଙ୍ଗୀର: ବଲାଙ୍ଗୀର ବରପାଲିପଡା ନିବାସୀ ଯୁବନେତା ସୂରଜ ଗୁରୁଙ୍କ ପରଲୋକ ଘଟିଛି। ଚିକିତ୍ସାଧିନ ଥିବା ସମୟରେ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିଲା। ସ୍ୱର୍ଗତ ଗୁରୁ ବିଜେପିରେ ସକ୍ରିୟ ରହି ଟାଣୁଆ ଯୁବନେତା ଥିଲେ।

ଜିଲ୍ଲା ବିଜେପିର ଆଇଟି ସଂଯୋଜକ ରହିଥିଲେ। ବହୁ ଦିନ ହେଲା ରୋଗଗ୍ରସ୍ତ ଥିଲେ। ପରେ ତାଙ୍କ ଅବସ୍ଥା ବିଗିଡିଥିଲା। ସ୍ୱର୍ଗତ ଗୁରୁ ହେଉଛନ୍ତି ପୂର୍ବ ମନ୍ତ୍ରୀ ମୁରଲୀ ଗୁରୁଙ୍କ ନାତି। ଆଜି ବଲାଙ୍ଗୀରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ବିୟୋଗରେ ଜିଲ୍ଲା ବିଜେପି ଶୋକବ୍ୟକ୍ତ କରିଛି। ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସ୍ୱର୍ଗତ ଗୁରୁଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର