ବ୍ରାହ୍ମଣୀରେ ଯୁବକ ନିଖୋଜ

କବାଟବନ୍ଧ : ଧର୍ମଶାଳା ବ୍ଲକ ଜେନାପୁର ଥାନା ଚଉଷଠିପଡ଼ା ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବଳେ ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଉଛନ୍ତି ଚଉଷଠିପଡ଼ା ଗ୍ରାମର ଆନନ୍ଦ ସାହୁଙ୍କ ପୁଅ ବବ୍‌ଲୁ ସାହୁ (୧୭)। ଆଜି ଦିନ ୧ଟା ସେ ଦୁଇ ସାଙ୍ଗ ରୁପମ୍‌ ମାନ୍ଧାତା ଓ ଶ୍ୱେତରଂଜନ ରଣାଙ୍କ ସହ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଅନ୍ୟ ଦୁଇସାଙ୍ଗ ଗାଧେଇସାରି ଉପରକୁ ଆସିଥିବାବେଳେ ବବ୍‌ଲୁ ନଦୀ ଭିତରେ ରହିଯାଇଥିଲେ। ଏହି ସମୟରେ ସେ ହଠାତ୍‌ ବୁଡ଼ି ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ଓ ଅଗ୍ନିଶମ ବାହିନୀ ଆସି ଦୀର୍ଘ ସମୟଧରି ଖୋଜାଖୋଜି ଚଳାଇଥିଲେ ମଧ୍ୟ ବବ୍‌ଲୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହାନ୍ତି।

ସମ୍ବନ୍ଧିତ ଖବର