ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ରରେ ଯୁବକ ନିଖୋଜ

ଅସ୍ତରଙ୍ଗ : ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମିରେ ଗାଧୋଉଥିବା ସମୟରେ ଆଜି ଜଣେ ପର୍ଯ୍ୟଟକ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ପି. ଧର୍ମା(୩୦)। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱରସ୍ଥିତ ମହିନ୍ଦ୍ରା କମ୍ପାନିର କିଛି କର୍ମଚାରୀ ଅସ୍ତରଙ୍ଗ ବେଳାଭୂମିକୁ ବଣଭୋଜି କରିବାକୁ ଆସିଥିଲେ। ସେମାନେ ସମୁଦ୍ରରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ୩ ଜଣ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମାତ୍ର ଖବର ଲେଖା ହେବା ସୁଦ୍ଧା ପି ଧର୍ମା ନିଖୋଜ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଓ ଅସ୍ତରଙ୍ଗ ଆଇଆଇସି ଶରତ କୁମାର ନାୟକଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଯୁବକମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର