ଇଅରଫୋନ୍‌ରେ ଗୀତ ଶୁଣିବାବେଳେ ମାଡ଼ିଗଲା ଟ୍ରେନ୍

ବଡ଼ବିଲ : ରେଳଧାରଣା ଉପରେ ଠିଆହୋଇ ଇଅରଫୋନ୍‌ରେ ଗୀତ ଶୁଣିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ମାଲବାହୀ ଟ୍ରେନ୍‌ ଧକ୍କାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ‌ହେଲେ ପାଲହଟିଂର ରାଜାରାମ ମହାନ୍ତଙ୍କ ପୁଅ ରାକେଶ ମହାନ୍ତ ଓରଫ ଡଲଡଲ (୨୦)।

ସୂଚନା ଅନୁସାରେ ରାକେଶ ଶୌଚ ହେବା ପାଇଁ ନିକଟସ୍ଥ ରେଳଲାଇନ କଡ଼କୁ ଯାଇଥିଲେ। ଶୌଚ ସାରିବା ପରେ ରେଳଧାରଣା ଉପରେ ଠିଆହୋଇ ଇଅରଫୋନ୍‌ ଲଗାଇ ମୋବାଇଲରୁ ଗୀତ ଶୁଣୁଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ରାକେଶଙ୍କ ମୃତଦେହ ରେଳଧାରଣା ମଧ୍ୟରେ ପଡ଼ିଥିବା ବେଳେ ତାଙ୍କର ଏକ ଗୋଡ଼ କଟିଯାଇଛି। ଘଟଣାସ୍ଥଳରେ ବଡ଼ବିଲ ପୁଲିସ ପହଞ୍ଚି ଜିଆର୍‌ପିକୁ ସୂଚନା ଦେଇଛି। ରାଉରକେଲାରୁ ଜିଆର୍‌ପି କର୍ମଚାରୀ ପହଞ୍ଚିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର