ଚନ୍ଦାହାଣ୍ତି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ଥାନା ଅଧୀନସ୍ଥ ପାଟଖଲିଆ ପଂଚାୟତର ଉପାନ୍ତ ଜାମପାଣି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ଏହି ଗାଁର ସାମ ସାନ୍ତା (୫୮)ଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। କେଉଁ କାରଣରୁ ଦୁର୍ବୃତ୍ତ ଏଭଳି ବର୍ବରକାଣ୍ଡ ଘଟାଇଲେ ସ୍ପଷ୍ଟ ହୋଇପାରି ନାହିଁ। ମୃତକଙ୍କ ପୁଅ ଲଦା ସାନ୍ତା ଦେଇଥିବା ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଥାନା ଅଧିକାରୀ ଅଭୟ ବେହେରା ଜଙ୍ଗଲ ଭିତରେ ରହିଥିବା ଅପହଞ୍ଚ ଜାମପାଣି ଗାଁକୁ ଯାଇ ଶବ ଜବତ କରିଛନ୍ତି। ହତ୍ୟାର କାରଣକୁ ନେଇ ଦ୍ବନ୍ଦ୍ବରେ ରହିଛି ପୁଲିସ। ତେଣୁ ସମ୍ଭାବ୍ୟ କାରଣକୁ ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଡାକ୍ତର କଳ୍ପେଶ ସୁନା ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଚନ୍ଦାହାଣ୍ତି ଥାନା କେସ ନମ୍ବର ୧୩୦/୧୯ ଅନୁଯାୟୀ ଆଇପିସି ୩୦୨ ଧାରାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅଭୟ ବେହେରା ପ୍ରକାଶ କରିଛନ୍ତି।
ଚନ୍ଦାହାଣ୍ତି : ଗଳା କାଟି ଯୁବକକୁ ନିର୍ମମ ହତ୍ୟା
/sambad/media/post_attachments/wp-content/uploads/2019/06/murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)