ବରଗଡ଼/ଭଟଲି : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଟୁକୁର୍ଲା ଗାଁ ପାଖ ଘରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପୁଲିସ୍ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ତେବେ ସେ ମେଲଛାମୁଣ୍ଡା ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଶବ ଚିହ୍ନଟ ପାଇଁ ଏକ ପରିବାରକୁ ଡକାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
/sambad/media/post_attachments/wp-content/uploads/2022/01/466c8d6c-aae7-4455-acb7-338b33ca7b0f.jpg)
ଅନ୍ୟପକ୍ଷରେ ଶବଟି ୫/୬ ଦିନ ହେଲା ଉକ୍ତ ବନ୍ଦ ଘରେ ଥିବା ପୁଲିସ୍ ଅନୁମାନ କରୁଛି। ଯେହେତୁ ଶବଟି ଘର ଭିତରେ ଥିଲା ଏବଂ ବାହାର ପଟୁ କବାଟରେ ତାଲା ପଡ଼ିଥିଲା, ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଭାବେ ଜଣାପଡ଼ୁଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶବକୁ ଛାଡ଼ି କବାଟ ଦେଇ ପଳାଇଥିବା ଅନୁମାନ କରାଯାଉଛି। ଯେଉଁ ଘରେ ଏହି ଘଟଣା ଘଟିଛି, ସେଠାରେ ସୁକୁଡ଼ା ଗାଁର ଜଣେ ବ୍ୟକ୍ତି ଭଡ଼ା ସୂତ୍ରରେ ରହୁଥିଲେ। କିଛି ଦିନ ହେଲା ସ୍ତ୍ରୀ ଏବଂ ପିଲା ଛୁଆଙ୍କୁ ଛାଡ଼ି ଭଡ଼ାଟିଆ ଜଣକ ଏକୁଟିଆ ଏହି ଘରେ ରହୁଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲେ ଘଟଣା ଉପରୁ ପରଦା ଉଠିବ ବୋଲି ପୁଲିସ୍ କହୁଛି। ଅନ୍ୟପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)