ମୋହନା : କେରଳ ରାଜ୍ୟ କଟାରାକାରା ଥାନା ଇଲାକାରେ ଅଭୟ ବୀର ନାମକ ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ମନୋଜ ନାୟକ ହତ୍ୟା କରିଛନ୍ତି। ସେଠାକାର ପୁଲିସ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିଛି।
ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ଓ ଭିଣୋଇ ମନୋଜ ସପରିବାର କେରଳର କଟାରାକାରା ଥାନା ଅଞ୍ଚଳରେ ଏକାଠି ରହୁଥିଲେ। ଉଭୟ ଶ୍ରମିକ ଭାବେ କାମ କରୁଥିଲେ। ତେବେ, ଶୁକ୍ରବାର ଦିନ କୌଣସି କାରଣକୁ ନେଇ ମନୋଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା l ଆଉ ସମାଧାନ ପାଇଁ ଅଭୟ ତାଙ୍କ ଭିଣୋଇ ଏବଂ ଭଉଣୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଥିରେ ମନୋଜ ଉତ୍କ୍ଷିପ୍ତ ହୋଇ ଶାଳକ ଅଭୟଙ୍କୁ ହତ୍ୟା କରିଥିଲେ। ସେଠାକାର ପୁଲିସ ମନୋଜଙ୍କୁ ଗିରଫ କରିଛି। ଅନ୍ୟପକ୍ଷାୀଳ ଅଭୟଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଶବକୁ ଗ୍ରାମକୁ ଆଣିବା ଦିଗରେ ସରକାର ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/murder.jpg)