ଅଶ୍ଳୀଳ ଇଙ୍ଗିତ କରିବାରୁ ପିଟିପିଟି ମାରିଦେଲେ!

ଶୁଳିଆପଦା : ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପଟି ହତ୍ୟା କରିଛନ୍ତି ଗୋଟିଏ ପରିବାରର ୬ ଜଣ ସଦସ୍ୟ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ମଡ଼ାଉକା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଅଭିଯୋଗ ମୁତାବକ, ମଡ଼ାଉକା ଗ୍ରାମର ରଥ ଧଳ (୪୦) ଗତକାଲି ସାତଭାୟା ହାଟକୁ ଯାଇଥିବାବେଳେ ‌ସେଠାରେ ଜଣେ ମହିଳାଙ୍କୁ ସେ କୁଆଡ଼େ ଅଶ୍ଳୀଳ ଇଙ୍ଗିତ କରିଥିଲେ। ମହିଳା ଜଣକ ଘରକୁ ଆସି ଘଟଣା ବିଷୟରେ ଜଣାଇବା ପରେ ଘର ଲୋକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ସେମାନେ ରକ୍ତମୁଖା ହୋଇ ରଥଙ୍କୁ ଖୋଜି ବୁଲିଥିଲେ ଏବଂ ସେହି ରାତିରେ ତାଙ୍କୁ ଠାବ କରି ବାଉଁଶ ଠେଙ୍ଗାରେ ନିର୍ଘାତ ମାଡ଼ ମାରିଥିଲେ। ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣ ଆଗରେ ଅସହାୟ ରଥଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଆଜି ତାଙ୍କ ମୃତଦେହ ଅଭିଯୁକ୍ତଙ୍କ ଘର ନିକଟରେ ପଡ଼ିଥିବା ଦେଖି ମୃତକଙ୍କ ପତ୍ନୀ ବସୁମତି ଶୁଳିଆପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର