ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ବିଜୟ ଜେନା(୩୦)। ତାଙ୍କ ଘର ଉକ୍ତ ଥାନା ଅଧୀନ ପଞ୍ଚୁମି ପଞ୍ଚାୟତର ମଝିଆଖଣ୍ଡ ଗ୍ରାମର ତାଟାସାହିରେ। ମୃତକଙ୍କ ବାପା ପ୍ରଫୁଲ୍ଲଙ୍କ କହିବା ଅନୁଯାୟୀ, ବିଜୟ ଓ ତାଙ୍କର କେତେଜଣ ସାଙ୍ଗ ଆଜି ଅପରାହ୍ଣରେ ଭୋଜି କରିବାକୁ ପଞ୍ଚୁମି ଛକକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଝଗଡ଼ା ହେବାରୁ ବିଜୟ ଛାତିରେ ଲୁହା ରଡ୍ ଭର୍ତ୍ତି କରି ତାଙ୍କୁ ହତ୍ୟା କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ କେହିନଥିଲେ। ପୁଅର ମୃତଦେହ ପଡ଼ିରହିଥିଲା। ପୁଅ ବଞ୍ଚିଥିବା ଆଶାରେ ପ୍ରଫୁଲ୍ଲ ତାଙ୍କୁ ପ୍ରଥମେ ଗୋଡ଼ିପଡ଼ା ମେଡିକାଲ୍ ଓ ସେଠାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ଲେଖା ହେବା ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।
ନୟାଗଡ଼ : ଭୋଜିରେ ବଚସା, ଯୁବକଙ୍କୁ ରଡ୍ ଭୁସି ହତ୍ୟା
/sambad/media/post_attachments/wp-content/uploads/2020/10/murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)