କାଠଫାଳିଆରେ ପିଟି ଓ ପଥରରେ ଛେଚି ଯୁବକକୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ କେଶପୁରରେ ଜଣେ ଯୁବକଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନ ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟରେ ଥିବା ନାରାୟଣୀ ପେଟ୍ରୋଲ ପମ୍ପ ଆଗରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି ।

ସେଠାରେ କେଶପୁର ନିକଟରେ ଥିବା ନୂଆ ଲୁଙ୍ଘୁର ଗାଁର ଜଣେ ଯୁବକ ଶଙ୍କର ପହାନଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ କିଛି ଦୁର୍ବୃତ୍ତ ଆସି ଶଙ୍କରଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ତାପରେ ତାଙ୍କ ମୁଣ୍ଡକୁ ପଥରେ ଛେଚି ଦେଇଥିବା କୁହାଯାଉଛି।ଫଳରେ ଘଟଣାସ୍ଥଳରେ ହିଁ ଶଙ୍କର ପହାନଙ୍କର ମୃତ୍ୟୁ ଘଟିଛି । ମୃତକ ଶଙ୍କର ପହାନଙ୍କ ବୟସ ୨୫ ବର୍ଷ ବୋଲି ଜଣାଯାଇଛି।

image source-youtube

ଖବରପାଇ ଘଟଣାସ୍ଥଳରେ ଖଲିକୋଟ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତେବେ ହତ୍ୟାର ଅସଲ କାରଣ ଏଯାବତ୍ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର