ସମ୍ବଲପୁର: ଧନୁପାଲି ଥାନାଞ୍ଚଳରେ ପୁଣି ହତ୍ୟା। ନିଶା କାରବାରକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। ସମ୍ବଲପୁର ଧନୁପାଲି ଥାନା ଭୁତାପଡ଼ାରେ ଘଟିଛି ଏପରି ହତ୍ୟାକାଣ୍ଡ।ମୃତକ ଜଣଙ୍କ ହେଲେ ଏମଡି ରିଙ୍କୁ। ନାରାୟଣୀପଣ୍ଡା ଗଳି ନିକଟ ମଦ ଭାଟିରେ ବୁଧବାର ସକାଳୁ ଏପରି ଘଟଣା ଘଟିଛି। ରିଙ୍କୁଙ୍କ ଜଙ୍ଘ ତଳକୁ କିଛି ଯୁବକ ଛୁରାମାଡ଼ କରି ଲହୁଲୁହାଣ କରିଥିଲେ। ଘଟଣା ସ୍ଥଳରେ ରିଙ୍କୁ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ବାପା ଏମଡି ଶେଖ ଅଲ୍ଲୀଙ୍କ କହିବା ଅନୁଯାୟୀ ବୁଧବାର ସକାଳ ୭ ଟା ସମୟରେ ରିଙ୍କୁ ଘରୁ ବାହାରି ଥିଲେ।
ମଦଭାଟି ନିକଟରେ ଅନ୍ୟମାନଙ୍କ ସହ ଝଗଡା ହୋଇଥିଲା। ଝଗଡା ଉଗ୍ରରୂପ ନେବାରୁ ତାକୁ ଅନ୍ୟମାନେ ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କ ବଡ଼ ଭାଇ ଏମଡି ପିଣ୍ଟୁ ତାଙ୍କୁ ଡିଏଚଏଚକୁ ନେଇ ଆସିଥିଲେ। ଏଠାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଥିଲା। ତାଙ୍କ ବାପା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ମଦ ଭାଟିରେ ଅନ୍ୟ ନିଶା ଦ୍ରବ୍ୟ କାରବାର ହେଉଥିବା ତିନି ଦିନ ପୂର୍ବରୁ ଫୋନ୍ ଓ ପିସିଆର ମାଧ୍ୟମରେ ବଡ଼ ଭାଇ ଅଭିଯୋଗ କରିଥିଲେ।
Sambalpur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/03/youth-murdered-over-drug-trafficking-2025-09-03-09-38-30.jpg)