ଖୋର୍ଦ୍ଧା: ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଆଜି ଯୁବ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସ୍ଥାନୀୟ ଦଳେଇପୁଟ ସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍ବିବି) ସଭାଗୃହରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅମରନାଥ ନାୟକ ସଭାପତିତ୍ବ କରିଥିଲେ। ନିଜେ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ପଟ୍ଟନାୟକ ନିଜର ଜନ୍ମଦିନ କେକ୍ କାଟିଥିଲେ। ସ୍ବ ଅଭିଭାଷଣରେ ଶ୍ରୀପଟ୍ଟନାୟକ କହିଥିଲେ, ପରିବର୍ତ୍ତିତ ପରିସ୍ଥିତିରେ କଲେଜ ନିଜକୁ ଭଲ ଦିଗରେ ପରିବର୍ତ୍ତନ କରିଛି। ଏବେ କଲେଜ ପ୍ରତି ପିଲା ଆକର୍ଷିତ ହେଉଛନ୍ତି। ଆମ ପରିବାର ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ଏମିତି ପରିସ୍ଥିତିରେ କଲେଜକୁ ଆସୁଥିବା ନୂଆ ପିଲାମାନଙ୍କୁ ଆଦର କରିବା ଓ ଭାଇଚାରାରେ ବାନ୍ଧି ରଖିବାକୁ ଶ୍ରୀ ପଟ୍ଟନାୟକ କଲେଜ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମାଜସେବୀ ଡ ସଞ୍ଜୟ ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନ ଉପହାର ସ୍ବରୂପ ପାଇକ ପଗଡ଼ି ଓ ଖଣ୍ଡା ଉପହାର ଦେଇଥିଲେ। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କେତେକ ପାରାଙ୍କୁ ଆକାଶରେ ମୁକ୍ତ କରିଥିଲେ। ଏହି ଅବସରରେ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟସଙ୍ଗୀତ ଆଦି ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅଜୟ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଶିଶିର ପରିଡ଼ା, ମହମ୍ମଦ କେଫାତୁଲ୍ଲା, ନସିମ୍ ଉଦ୍ଦିନ ଖାଁଙ୍କ ସମେତ କଲେଜର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ।
କେଏମ୍ବିବି କଲେଜରେ ଯୁବ ସ୍ବାଭିମାନ ଦିବସ
‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଆଜି ଯୁବ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସ୍ଥାନୀୟ ଦଳେଇପୁଟ ସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ...
/sambad/media/media_files/2025/08/19/untitled-3-2025-08-19-04-48-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)