ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ଜଣେ ନାବାଳିକା ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ହେବା ପରିବର୍ତେ ନାବାଳିକାକୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେବା ଅଭିଯୋଗରେ ଆଜି ଲକ୍ଷ୍ମୀପୁର ପୁଲିସ ବୁର୍ଜା ଗାଁର ଶିବ ଶଙ୍କର ଖରା(୨୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡିତା ନାବାଳିକାଙ୍କୁ କୋରାପୁଟରେ ଡାକ୍ତରିମାଇନା କରାଯାଇଛି। ଲକ୍ଷ୍ମୀପୁର ପୁଲିସର ସୂଚନା ମୁତାବକ ବୁର୍ଜା ଗାଁର ଜଣେ ନାବାଳିକାକୁ ସେଇ ଗ୍ରାମର ଶିବ ଶଙ୍କର ଖରା ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ସେ ସମୟର ଭିଡିଓ ଓ ଫଟୋ ଉତ୍ତୋଳନ କରି ରଖିବା ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଆସୁଥିବା ବେଳେ ଗତ କିଛିଦିନ ତଳେ ଏକ ଲକ୍ଷ ଟଙ୍କା ,୩ ତୋଳା ସୁନା ଓ ମୋଟର ସାଇକେଲ୍ ଆଣିଲେ ହିଁ ବିବାହ କରିବି ନଚେତ ବିବାହ ହେବି ନାହିଁ ବୋଲି କହିବା ସହ ମାଡ ମାରିବା ଭଳି ଅଭିଯୋଗ ହୋଇଛି। ଗତକାଲି ଏନେଇ ନାବାଳିକା ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀପୁର ପୁଲିସ ସମ୍ପୃକ୍ତ ଯୁବକ ଜଣକୁ ଗିରଫ କରି କେସ ନମ୍ବର ୫/୨୦ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ପୋକ୍ସୋ ଧାରାରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର