ରେମୁଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜଜିଲ୍ଲା ବୈସିଙ୍ଗା ଥାନା ଅଧୀନ ପୁରୁଣିଆ ଛକ ନିକଟରେ ଜଣେ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ପୂର୍ବଶତ୍ରୁତା କାରଣରୁ ଦୁର୍ବୃତ୍ତ ଯୁବକଙ୍କ ଗୋଡ଼, ହାତକୁ ଗଭୀର ଭାବେ ହାଣି ଦେଇଛନ୍ତି।
ଆହତ ଯୁବକଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅଂଚଳର କାର୍ତ୍ତିକ ପାଢ଼ୀ।
ସୂଚନା ଅନୁସାରେ, ବୈସିଙ୍ଗା ଅଞ୍ଚଳର କାର୍ତ୍ତିକ ରେମୁଣା ଅଞ୍ଚଳରେ ରହୁଥିଲେ। ତେବେ କାର୍ତ୍ତିକ ଓ ତାଙ୍କ ଭାଇ ଶ୍ରୀରାମ ବାଇକ ଯୋଗେ ବୈଶିଙ୍ଗା ଯାଇଥିବା ବେଳେ ତାଙ୍କ ଗାଁ ର ୬ରୁ ଅଧିକ ଯୁବକ ସେମାନଙ୍କୁ ଅଟକାଇ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥଲେ। ଏପରିକି ସେମାନେ କାର୍ତ୍ତିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ହାତରେ ଗଭୀର କ୍ଷତ ହେଇଥିଲା।
ଆକ୍ରମଣ ପରେ କାର୍ତ୍ତିକଙ୍କର ମୃତ୍ୟୁ ହୋଇଯାଇଥିବା ଅନୁମାନ କରି ଶ୍ରୀରାମଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ହେଲେ ସେ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଇଥିଲେ। ଆକ୍ରମଣକାରୀମାନେ ସେଠାରୁ ପଳେଇ ଯିବା ପରେ ତାଙ୍କୁ ତୁରନ୍ତ ପ୍ରଥମେ ବୈସିଙ୍ଗା ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା।
Baleswar | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/11/youth-seriously-injured-in-attack-by-miscreants-leg-hand-injured-2025-08-11-22-40-18.jpg)