କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ସଦର ଥାନା ଇନ୍ଦାଳୋ ବାଲିସାହି ଛକରେ ଆଜି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଯୁବକଙ୍କୁ ଗୁଳି ମାଡ଼ କରି ଫେରାର‌୍‌ ହୋଇଯାଇଛନ୍ତି। ଗୁଳିମାଡ଼ରେ ଆହତ କୁଦାନଗରୀ ଥାନା ଭାରିଗୋଳ ଗ୍ରାମର ଗୌତମ ମଳିକ(୨୬)ଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଦର ପୁଲିସ ଆହତ ଯୁବକଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗୌତମଙ୍କର ୪ଦିନ ତଳେ ଗୁଡୁ ନାମକ ଜଣେ ଯୁବକଙ୍କ ସହିତ ଗଣ୍ତଗୋଳ ହୋଇଥିଲା। ଗୌତମ ସ˚ପୃକ୍ତ ଯୁବକଙ୍କୁ ଠେଙ୍ଗାରେ ପିଟିଥିଲା। ଫଳରେ ଗୁଡୁଙ୍କ ସହିତ ଅନ୍ୟ ତିନି ସହଯୋଗୀ ଗୌତମଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା କରିଥିଲେ। ଦିନ ପ୍ରାୟ ସାଢେ଼ ଗୋଟାଏ ବେଳେ ଗୌତମ ଚାନ୍ଦୋଳ ବଜାରକୁ ବାଇକ୍‌ରେ ଯାଉଥିବା ସମୟରେ ବାଲିସାହି ଛକ ନିକଟରେ ତାଙ୍କୁ ଗୁଳିମାଡ଼ କରିଥିଲେ। ଗୁଳି ଗୌତମଙ୍କ ବାମଜ˚ଘରେ ବାଜିବାରୁ ସେ ବାଇକ୍‌ରୁ ତଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଗୌତମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବେଆଇନ ବାଲିଘାଟ କାରବାରକୁ ନେଇ ଗୁଳିକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।  ସଦର ଥାନାଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି ଯେ, ଆହତ ଯୁବକଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ରହିଛି। ପୁଲିସ ପଚରାଉଚରା କରିବା ବେଳେ ସେ ବୟାନ ବଦଳାଉଛି। ଯେଉଁମାନେ ତାଙ୍କୁ ଗୁଳିମାଡ଼ କରିଛନ୍ତି, ସେମାନଙ୍କ ସହିତ ତିନି/ଚାରିଦିନ ତଳେ ଗଣ୍ତଗୋଳ ହୋଇଥିବା କଥା କହୁଛି। ବେଆଇନ ବାଲିଘାଟକୁ ନେଇ ଗୁଳିକାଣ୍ତ ଘଟିଥିବା ଯାହା କୁହାଯାଉଛି, ସେନେଇ ଠୋସ୍‌ ପ୍ରମାଣ ଏଯାଏଁ ମିଳି ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।