ଧର୍ମଗଡ଼/କୋକସରା : ପ୍ରେମରେ ବିଫଳ ହୋଇଥିବା ନେଇ ଜଣେ ଯୁବକ ନିଜ ହ୍ବାଟ୍ସଆପ୍ରେ ଷ୍ଟାଟସ୍ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ। ମୃତକ ଜଣକ ଧର୍ମଗଡ଼ ଥାନା ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ। ସେ ଆତ୍ମହତ୍ୟା କରିବା ପୂର୍ବରୁ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ, ଜଣେ ଝିଅ ମୋତେ ବରବାଦ କରିଦେଲା। ତା ବିନା ବଞ୍ଚିବା ସମ୍ଭବ ନୁହେଁ ବୋଲି ଲେଖିବା ସହ ହ୍ବାଟ୍ସଆପ୍ରେ ଷ୍ଟାଟସ୍ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ହିମାଂଶୁ ଭାଲୁଚୁଆଁ ଗ୍ରାମରେ ଜେସିବି ଗାଡ଼ି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ। ଏପରିକି ବିଭିନ୍ନ ସମୟରେ ନିଜ ହାତକୁ କାଟି ସଂପୃକ୍ତ ଝିଅର ନାମ ଲେଖିଥିବା ଦେଖାଯାଇଛି। ଆଜି ସକାଳେ ପୁଲିସ୍କୁ ସୂଚନା ଦିଆଯିବା ପରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଥାନାକୁ ପଠାଇଛି। ମୃତ ହିମାଂଶୁଙ୍କ ହ୍ବାଟ୍ସଆପ୍ ଷ୍ଟାଟସ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେଥିରେ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଦୃଶ୍ୟ ଥିବା ମଧ୍ୟ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/kalahandi-1.jpg)