କେରଳ ଫେରନ୍ତା ପ୍ରବାସୀଙ୍କ ଆତ୍ମହତ୍ୟା

ଛତ୍ରପୁର : ଛତ୍ରପୁର ବ୍ଲକ୍ ପୋଟଲାମପୁର ପଞ୍ଚାୟତ ମୁନିଷିପେଣ୍ଠ ଗ୍ରାମରେ ଘରୋଇ ସଙ୍ଗରୋଧରେ ଥିବା ଜଣେ କେରଳ ଫେରନ୍ତା ପ୍ରବାସୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣ ହେଲେ ଖଲ୍ଲିକୋଟ ବ୍ଲକ୍ କୁମଣ୍ଡ ଗ୍ରାମର ମୂଳବାସିନ୍ଦା କାହ୍ନୁଚରଣ ବେହେରା (୨୩)। ମୁନିଷିପେଣ୍ଠ ଗ୍ରାମରେ ମାମୁ ଘରେ ରହିଆସୁଥିଲେ। କାହ୍ନୂଚରଣ ଲକ୍‌ଡାଉନ୍ ପୂର୍ବରୁ କେରଳରୁ ଯାଜପୁର ଆସି ସେଠାରେ କାମ କରୁଥିଲେ। ଗତ ୮ ତାରିଖରେ ସେ ଯାଜପୁରରୁ ମୁନିଷିପେଣ୍ଠ ଗ୍ରାମକୁ ଫେରି ଘରୋଇ ସଙ୍ଗରୋଧରେ ରହୁଥିଲେ। କୌଣସି କାରଣରୁ ଆଜି ଭୋର୍‌ରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଛତ୍ରପୁର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା। ଏ ନେଇ କେସ୍ ନମ୍ବର ୧୭ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି। ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧିତ ଖବର