ଘୁ.ଉଦୟଗିରି : ସମସ୍ତେ ଦେଖୁଥିବା ବେଳେ ଗଛଡାଳରେ ରଶି ବାନ୍ଧି ଝୁଲି ପଡ଼ିଛନ୍ତି ଜଣେ ଯୁବକ। ଗଛର ଡାଳ ଏତେ ଉଚ୍ଚାରେ ଥିଲା ଯେ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ସକ୍ଷମ ହୋଇନାହାନ୍ତି। ମୃତକ ହେଲେ, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ ମାଲିକାପୋଡ଼ି ପଞ୍ଚାୟତ କୁମ୍ଭାରକୁପା ଦେରିନାଯୁ ଗ୍ରାମର ବିଶ୍ୱରବା ପ୍ରଧାନ(୨୭)।

Advertisment

ସୂଚନା ଅନୁସାରେ, ଘୁ.ଉଦୟଗିରି ବଜାରରେ ବିଶ୍ବରବା ଓ ତାଙ୍କ ଭାଇ ଗନ୍ଧର୍ବ ପ୍ରଧାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ବିଶ୍ବରବା ଘରକୁ ଚାଲି ଆସିଥିଲେ। ଘରୁ ତାଙ୍କର ଅଶୋକ ଲେଲ୍ୟାଣ୍ଡ୍‌ ଡାଲା ଗାଡ଼ି (ଓଡ଼ି ୧୨-୧୩୦୦)କୁ ଧରି ଦେରିନାଯୁସାହି ମୁଣ୍ଡିଆ ନିକଟକୁ ଚାଲି ଯାଇଥିଲେ। ସେଠାରେ ସେ ପ୍ରଥମେ ଗାଡ଼ିରେ ନିଆଁ ଲଗାଇ ଦେଇ ଭାଇ ଗନ୍ଧର୍ବଙ୍କୁ ଫୋନ୍‌ କରି କହିଥିଲେ। ଗନ୍ଧର୍ବ ଘଟଣା ସଂପର୍କରେ ଜାଣିପାରି ସଙ୍ଗେସଙ୍ଗେ ପରିବାର ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିଟି ଜଳୁଥିବା ଦେଖି ଗନ୍ଧର୍ବ ଓ ପରିବାର ଲୋକେ ନିଆଁ ଲିଭାଇବାରେ ଲାଗି ପଡ଼ିଥିଲେ। ଏହିସମୟ ଭିତରେ ବିଶ୍ବରବା ସମସ୍ତଙ୍କୁ ତଟସ୍ଥ କରି ନିକଟସ୍ଥ ଏକ ବରଗଛର ଶିଖରକୁ ଚଢ଼ି ଯାଇଥିଲେ। ସାଙ୍ଗରେ ଗାଡ଼ିରେ ଥିବା ରଶି ଧରି ଯାଇଥିଲେ। ଗଛ ଡାଳରେ ରଶି ବାନ୍ଧି ଝୁଲି ପଡ଼ିଥିଲେ।

ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏକ ଦଳ ବିଶ୍ୱରବାଙ୍କ ଶବ ତଳକୁ ଆଣିଥିଲେ। ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ଥାନାଧିକାରୀ ଅଜୟ କୁମାର ସ୍ବାଇଁ କହିଛନ୍ତି।