ବଣଭୋଜି ଚାନ୍ଦା ନ ମିଳିବାରୁ ଗଛରେ ଝୁଲି ଜୀବନ ହାରିଲେ ଯୁବକ

ପାତ୍ରପୁର : ବଣଭୋଜି ପାଇଁ ଚାନ୍ଦା ନଦେବାରୁ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କେଲୁଆ ଗ୍ରାମରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଯୁବକ ଜଣକ ହେଉଛନ୍ତି ନରସି˚ହ ବେହେରା (୨୨)। ଚିକିଟି ବ୍ଲକ ବଡ଼ଗାଁ ବାସିନ୍ଦା ଉଆଳି ବେହେରାଙ୍କ ପୁଅ ନରସି˚ହ କେଲୁଆ ଗ୍ରାମରେ ତାଙ୍କ ମାଉସୀ ଘରେ ରହୁଥିଲେ। ମିଳିଥିବା ସୂଚନା ମୁତାବକ କେଲୁଆ ବଣିକ ସ˚ଘର କର୍ମକର୍ତା ମାନେ ବଣଭୋଜି କରିବାକୁ ଘଟଗାଁ ତାରିଣୀ ଓ କପିଳାସ ଯିବାକୁ ମନସ୍ଥ କରିଥିଲେ। ଗତକାଲି ରାତିରେ ସମସ୍ତେ ବାହାରିଥିଲେ। ସେମାନଙ୍କ ସହ ବଣଭୋଜିରେ ଯୋଗ ଦେବେ ବୋଲି କହି ନରସି˚ହ ତାଙ୍କ ମାଉସୀଙ୍କୁ ଚାନ୍ଦା ମାଗିଥିଲେ। ମାଉସୀ ମନା କରିବା ପରେ ବାପାମା’ଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ କେହିବି ଟଙ୍କା ନଦେବାରୁ ନରସି˚ହ ଘରୁ ଅଭିମାନ କରି ଆସି କୃଷ୍ଣଚୂଡ଼ା ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରେ ଜରଡ଼ା ପୁଲିସ୍‌ ପହଞ୍ଚି ଶବକୁ ଜବତ କରିଥିଲା। ଏହି ଘଟଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକ ନରସି˚ହ ତାଙ୍କ ଘରର ଏକ ମାତ୍ର ପୁଅ ଥିଲେ।

ସମ୍ବନ୍ଧିତ ଖବର