CREATOR: gd-jpeg v1.0 (using IJG JPEG v62), quality = 100
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ୍ ଗ୍ରାମ ନିକଟ ଇବ୍ ପୋଲ ଉପରୁ ନଦୀକୁ ଡେଇଁ ଚୌକିପଡ଼ାର ରମେଶ ସାହୁ (୩୮) ଆତ୍ମହତ୍ୟା କରିଛନ୍ତି। ରମେଶ ଗତ ୧୭ ତାରିଖ ଦିନ ବିବାହ କରିଥିଲେ। ସୋମବାର ସେ ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ସ୍କୁଟି ନେଇ କେଉଁଆଡ଼େ ବାହାରିଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଟାଉନ ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ।
ମଙ୍ଗଳବାର ସକାଳେ ନଦୀରେ ରମେଶଙ୍କ ମୃତ ଦେହ ଭାସୁଥିବା ବେଳେ କୂଳରେ ତାଙ୍କ ସ୍କୁଟି ଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଆରମ୍ଭ କରିଛି।
Follow Us