କିଡ୍‌ନି ରୋଗରେ ଆକ୍ରାନ୍ତ ଯୁବନେତା, ସହାୟତା ପାଇଁ ନିବେଦନ

ବାଲେଶ୍ବର: ବାଲେଶ୍ବର ସହର ମାଣିଖମ୍ବ ଅଞ୍ଚଳର ଜଣାଶୁଣା ଯୁବନେତା ଭରତଭୂଷଣ ଦାସ (ଦିପୁ)ଙ୍କର ଦୁଇଟିଯାକ କିଡ୍‌ନି ନଷ୍ଟ ହୋଇଯାଇଛି। ଦୁଇ ବର୍ଷ ତଳେ ସେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ। ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କିଡ୍‌ନି ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଦିପୁଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ହେଉନାହିଁ। ‌ତେଣୁ ଏପରି ସମୟରେ ସେ ସହାୟତା ପାଇଁ ନିବେଦନ କରିଛନ୍ତି।

କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଦିପୁଙ୍କୁ ସହାୟତା କରିବାକୁ ଚାହୁଁଥିଲେ ୯୪୩୮୫୬୧୬୯୬ କିମ୍ବା ୭୯୭୮୯୨୪୯୯୦ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର