ସୁନ୍ଦରଗଡ଼: ଟାଉନ ଥାନା ରାଣୀବଗିଚା ବାଇପାସ୍ ନିକଟରେ ବୈଶାଳୀ ଢ଼ାବାରେ ସ୍ଥାନୀୟ ଯୁବକ ଉନ୍ମତ୍ତ କାଣ୍ଡ। ମାତାଲ୍ ଅବସ୍ଥାରେ ଢ଼ାବାରେ ଭଙ୍ଗାରୁଜା କରିବା ସହ ଢ଼ାବା ମାଲିକ ଏବଂ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯୁବକମାନେ ଆସି ପାଟି ତୁଣ୍ଡ କରିବା ସହ ଢ଼ାବାର ଜିନିଷ ପତ୍ର ଭଙ୍ଗା ରୁଜା କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ମାଲିକ ଓ କର୍ମଚାରୀଙ୍କୁ ମାଡ ମାରିଥିଲେ।

Advertisment

ଏହା କେବଳ ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ସଂପୃକ୍ତ ଯୁବକମାନେ ଆସି ଭଙ୍ଗାରୁଜା କରିଥିଲେ। ଗତ ଚାରି ଦିନ ପୂର୍ବରୁ ମଧ୍ୟ ଏହି ଯୁବକମାନେ ଆସି ଭଙ୍ଗାରୁଜା କରିଥିବା କହିଛନ୍ତି ଢ଼ାବା ମାଲିକ । ଏହା ନିକଟ ଅନ୍ୟ ଏକ ଢ଼ାବା ମାଲିକଙ୍କ ପ୍ରରୋଚନାରେ ସ୍ଥାନୀୟ ଯୁବକମାନେ କରୁଥିବା ଅଭିଯୋଗ କରିଛନ୍ତି ବୋଲି ଢ଼ାବା ମାଲିକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହି ସବୁ ଘଟଣାର ଦୃଶ୍ୟ ଡାବାରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ଯାହାକୁ ଜବତ କରି ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି ।

ଡମ୍ବରୁଧର  ନାଏକ